ଦାଦନ ଶ୍ରମିକଙ୍କ ଚିନ୍ତା କରାଯାଉ

ବିଶ୍ଵ ଗୋଟିଏ ଅକଳ୍ପନୀୟ ଆପଦାକୁ ସାମ୍ନା କରୁଛି। ଏ ସମୟ ସମସ୍ତଙ୍କ ପାଇଁ କଷ୍ଟର ସମୟ ଅପେକ୍ଷା ପରୀକ୍ଷାର ସମୟ। କେଉଁ ଦେଶ କିପରି ଏହାର ମୁକାବିଲା କରୁଛି ତାହା ଆମପାଇଁ ଉଦାହରଣ ମାତ୍ର ଅନୁକରଣୀୟ ନୁହେଁ।
ଆମେ କେଉଁ ପରିସ୍ଥିତିରେ ଅଛୁ ଏଇଟା ବଡ଼ କଥା, ଆମର ଅଞ୍ଚଳ ଆଗକୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ଏହା ବିଚାରର କଥା।
ଜଣେ ପାଠୁଆ ମୂର୍ଖ ଏତେ ସଚେତନତା ସତ୍ତ୍ୱେ ଅଫିସ୍, ଡିସପେନସରି, ନିର୍ସିଂହୋମ, ଡାକ୍ତରଖାନା ଆଦି ବୁଲିଲା। ଗୋଟିଏ ଦିବସର ଚିକିତ୍ସା କରାଗଲା ଗୁପ୍ତ ଭାବରେ। ନିଜକୁ ବିଜ୍ଞାପିତ କରିବା ପାଇଁ (?) ଅଥବା କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ସାଧନ ପାଇଁ ରୋଗୀ ଓ ରୋଗ ଉଭୟକୁ ଗୋପନ ରଖିଲା। ତା’ଠାରୁ ନୂଆପଡାର ଡାକ୍ତର ଠିକ ଥିଲେ ଯିଏ ଥଣ୍ଡା ରୋଗୀକୁ କରୋନା ସଂଦିଗ୍ଧ ବୋଲି କହିଲେ। ଅବଶ୍ୟ ଅହେତୁକ ପ୍ରଚାର ନିନ୍ଦନୀୟ ଥିଲା।
ରୋଗୀ ଚିହ୍ନଟ ହେବା ପରେ ଇତିହାସରେ ପ୍ରଥମଥର ଲୋକସଭା ଭବନରେ ବିଧାନସଭା ଅଧିବେଶନ ହେବ। ଜଣେ ରୋଗୀର ସଂସ୍ପର୍ଶରେ ଆସିଥିବା ତମାମ ଜିନିଷ ଓ ବ୍ୟକ୍ତି ବିପଦପୂର୍ଣ୍ଣ ଅନ୍ୟ ମାନଙ୍କ ପାଇଁ।
ଏଥିରୁ ରୋଗର ଭୟାବହତା ଅନୁମାନ କରି ହେଉଥିବ।
ଓଡ଼ିଶାକୁ ନେଇ ଚିନ୍ତା କରାଯାଉ। ମୂଖ୍ୟ ଶାସନ ସଚୀବ କହି ସାରିଲେଣି ଆମ ରାଜ୍ୟ ତୃତୀୟ ସ୍ତରକୁ ଯିବାର ସମ୍ଭାବନା ଅଧିକ। ଜଣେ ଲୋକକୁ ନେଇ ଏତେ ସାବଧାନତା ନିଆଯାଉଛି। ଏ ସଂଖ୍ୟା ଯଦି ବଢିଯାଏ?
କେମିତି ଆତଙ୍କର ବାତାବରଣ ନ ହେବ?
କିନ୍ତୁ ଆମକୁ ଆଗକୁ ବହୁତ ସାବଧାନ ହେବାକୁ ଅଛି। ଓଡ଼ିଶାକୁ ବିଦେଶରୁ ଯେତିକି ଲୋକ ଫେରିଛନ୍ତି ତାର କୋଡ଼ିଏ ଗୁଣ ୮୦ ହଜାରରୁ ଅଧିକ ପ୍ରବାସୀ ଫେରିଲେଣି। ସେମାନଙ୍କୁ କିପରି ରଖା ଯାଇଛି? କାଲି ସଂଧ୍ୟାରେ ଜଣେ ସରପଞ୍ଚଙ୍କୁ ଖୋଜିଲି ପ୍ରବାସୀଙ୍କ ବ୍ୟବସ୍ଥା ବୁଝିବା ପାଇଁ। ମହାଶୟ ଜଣକ ନିଜ ଅନୁଚରଙ୍କ ଗହଣରେ ଅବକାରି ରାଜସ୍ଵ ବଢଉଥିଲେ। କିଛି ଅସ୍ଥାୟୀ ଥଇଥାନ କେନ୍ଦ୍ର ପ୍ରସ୍ତୁତ ହୋଇଛି କେତୋଟି ରେ ଲୋକେ ଅଛନ୍ତି। କିନ୍ତୁ ୯୫ % ଫେଲ ହୋଇଛନ୍ତି। ପ୍ରବାସୀମାନେ ପରିବାର, ବନ୍ଧୁ, ମଦକୁଠି ଆଦିରେ ଅବାଧ ମିଳାମିଶା କରୁଛନ୍ତି। ଏହା ହିଁ ସରପଞ୍ଚମାନଙ୍କ ଶେଷ ପ୍ରସ୍ତୁତି।
ଏହା ଠାରୁ ବଡ଼ ବିପଦ ଆଗକୁ ଆସୁଛି। ପଡୋଶୀ ରାଜ୍ୟ ତଥା ଦକ୍ଷିଣ ରାଜ୍ୟ ମାନଙ୍କରୁ ପାଞ୍ଚଲକ୍ଷରୁ ଅଧିକ ଶ୍ରମିକ ଆସିବେ। ଗମନାଗମନ ସ୍ୱଭାବିକ ହେଲେ କିମ୍ଵା ସାମାନ୍ୟ ଢିଲା ହେଲେ ସଡ଼କ ପଥରେ ମଧ୍ଯ ଏମାନେ ଆସିବେ।
କିଛି ସୂଚନା ଏପରି ମଧ୍ଯ ଆସୁଛି ଯେ ଲୋକମାନେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରୁ ଚାଲି ଚାଲି ଆସିବାକୁ ବି ପ୍ରସ୍ତୁତ। କିଛି ଦଳ ବାହାରି ମଧ୍ଯ ସାରିଲେଣି। ଏ ସଂଖ୍ୟା ନ ବଢିବ କିଏ କହିବ?
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କୁ ରଖିବା ପାଇଁ ମୂଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଛନ୍ତି। ଏହା କେତେ ପାଳନ କରିବେ କିଏ କହିବ?
ଏମାନଙ୍କୁ ସୁରକ୍ଷିତ ରଖିବା କଠିଣ ନୁହେଁ। ଜିଲ୍ଲା ଶ୍ରମ ଅଧିକାରୀମାନେ ସବୁ ତଥ୍ୟ ରଖିଛନ୍ତି। ଯିଏ ଯେଉଁଠି ଅଛନ୍ତି ସେଠାରେ ରଖିପାରିବା ବୁଦ୍ଧି ଓ ସାମର୍ଥ୍ୟ ଶ୍ରମ ଅଧିକାରୀମାନେ ରଖିଛନ୍ତି। ବଦଳରେ ତାଙ୍କୁ କ୍ଷମା ଦେବାକୁ ହେବ କାରଣ ଲେଖାଥିବା ସଂଖ୍ୟା ଓ ପ୍ରକୃତ ଦାଦନ ସଂଖ୍ୟା ଭିତରେ ୭ ରୁ ୧୦ ଗୁଣ ଅନ୍ତର ରଖେ।
ଡିଏଲଓମାନଙ୍କ ସାମୂହିକ ପ୍ରୟାସ ସମସ୍ତ ପ୍ରବାସୀଙ୍କ ଠିକଣା ପାଇବାରେ ଅସୁବିଧା ହେବନାହିଁ।
ଏହା ଆପଦ କାଳ ଅଟେ। ତେଣୁ ସମସ୍ତ ଦାଦନ ସର୍ଦାରଙ୍କୁ ଶ୍ରମିକମାନଙ୍କ ଥଇଥାନ ଦାୟିତ୍ଵ ଦେଲେ ଯଥା ସ୍ଥିତି ରଖିବାରେ ସରଳ ହେବ।
ଏଥି ସହ ଅନ୍ୟ ଏକ ସୂଚନା ପ୍ରାୟ ୯୦% ଦାଦନ ଶ୍ରମିକ ଇଟାଭାଟି ମାଲିକମାନଙ୍କ ନିକଟରେ କାମ କରନ୍ତି। ଭାଟି ମାଲିକମାନଙ୍କ ସହଯୋଗରେ ସମସ୍ତଙ୍କୁ ସୁରକ୍ଷିତ ରଖିହେବ। ଯିଏ ଯେଉଁଠାରେ କାମ କରୁଛନ୍ତି ସେମାନେ ସେଠାରେ ରହିବେ।
ପ୍ରାୟତଃ ଦେଖାଯାଏ ଜନ ବସତିରୁ ଦୂରରେ ଦାଦନ ଶ୍ରମିକମାନେ ସପରିବାର ରହିଥାନ୍ତି। ମାଲିକ ଓ ସର୍ଦାରଙ୍କ ଅଭୟ ପାଇଲେ ସେମାନଙ୍କ ପ୍ରବାସରେ ରହିବା ଅସୁବିଧା ହେବନାହିଁ।
ଯଦି ଏମାନେ ଭୟରେ ପ୍ରବାସକୁ ତ୍ୟାଗ କରିବା ମନସ୍ଥ କରନ୍ତି ଅବା କୌଣସି ସରକାରୀ ଆଦେଶରୁ କାମ ବନ୍ଦ ହୋଇଯାଏ ସେମାନେ ଫେରିବାକୁ ଚେଷ୍ଟା କରିବେ। ଚାଲିବେ ନିଶ୍ଚୟ। ରାସ୍ତାରେ ତାଙ୍କର ସୁରକ୍ଷା ତାଙ୍କର ଯାତ୍ରାରେ ଭୁତାଣୁର ସଂକ୍ରମଣ ଆଶଙ୍କା ଅଧିକ।
ଏଥି ବାଦ ଯଦି ରେଳ ମାର୍ଗ କି ସଡ଼କ ମାର୍ଗ ଖୋଲିଗଲା ତାହେଲେ ଅନ୍ୟ ରାଜ୍ୟର ଷ୍ଟେସନ ଅପେକ୍ଷା ରାୟଗଡ଼ାରୁ ଖରିଆରରୋଡ ଏବଂ ଟିଟିଲାଗଡ଼ରୁ ସମ୍ବଲପୁର ସମସ୍ତ ରେଳ ଷ୍ଟେସନରେ ଅହେତୁକ ଭିଡ଼ ହେବ। ତଦୃପ ନିଜ ନିଜ ଗାଁମାନଙ୍କୁ ଯିବାପାଇଁ ସଡ଼କ ପଥ ପ୍ରବାସୀମାନଙ୍କ ଭିଡ଼ ରହିବ। ଯାହା ପ୍ରତିବର୍ଷ ହୁଏ। ପ୍ରଥମ ସପ୍ତାହରେ ୪୦ % ରୁ ଅଧିକ ଦାଦନ ଫେରିଥାନ୍ତି। ଆପଦା ବେଳେ ଏହା ବଢିଯିବ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଗାଁରୁ ବାହାରେ ରଖିବା ଅସମ୍ଭବ ହେବ ତା ସହ ବିପଦପୂର୍ଣ୍ଣ ମଧ୍ୟ ହେବ।
ଏହା କରିବାକୁ ପଢିବ କାରଣ ସରପଞ୍ଚମାନେ ଏତେ ସଜଗ ନୁହନ୍ତି ଯେ ଏତେ ବଡ଼ ଘରବାହୁଡାକୁ ସୁରକ୍ଷିତ ପରିଚାଳନା କରିପାରିବେ।
ପ୍ରବାସୀ ଓଡ଼ିଆ ଶ୍ରମିକ/ଦାଦନ ଭାଇ ମାନଙ୍କ ପରିବାର ସୁରକ୍ଷିତ ଓ ସୁସ୍ଥ ରହନ୍ତୁ ଏହା ହିଁ ଇଚ୍ଛା କରି ହେବ।

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: