ରିତେଶ ଦାସଙ୍କ ଦ୍ଵେତ ନାଗରିକତା ପ୍ରଶ୍ନ ଉପରେ ଏକ ସଂକ୍ଷିପ୍ତ ଉତ୍ତର

ଦେଶରେ ଦ୍ବେତ ନାଗରିକତା ଦାବିର ଆବଶ୍ୟକତା ଆସି ଯାଇଛି କି?
Has the time come that we should demand for dual citizenship?(Ritesh Das) ସାର ଅଞ୍ଚଳିକବାଦ ଓ ରାଷ୍ଟ୍ରବାଦ ଭିତରେ ଗୋଟିଏ ଭ୍ରାନ୍ତିକୁ ଆମ ମାନସରେ ପବନ କରାଯାଇଛି। ଆଞ୍ଚଳିକବାଦ ଓ ରାଷ୍ଟ୍ରବାଦକୁ ଭିନ୍ନ କରାଯାଇଛି କାହିଁ କେତେ ଯୁଗରୁ। ହୀରାକୁଦ ବନ୍ଧ ନିର୍ମାଣ ସମୟରେ ନେହେରୁ କହିଥିଲେ ଦେଶ ପାଇଁ ତ୍ୟାଗ କଥା। ତ୍ୟାଗ କାହାଠାରୁ ନିଆଗଲା ଏବଂ ଫଳ କିଏ ପାଉଛି? ଗୋଟିଏ ପ୍ରହେଳିକା ଭିତରେ ବ୍ୟକ୍ତିକୁ ଅସମଞ୍ଜସରେ ପକାଇ ଦିଆଯାଏ। ବ୍ୟକ୍ତି ରାଷ୍ଟ୍ର ସମ୍ମୁଖରେ ନିଜର ଅଭିମାନକୁ ନ୍ୟୁନ ପାଏ। ଯେଉଁ ବ୍ୟକ୍ତି ନିଜର ଅଭିମାନକୁ, ନିଜର ଗାଁକୁ, ପଡୋଶୀଙ୍କୁ, ଗାଁର ବବା କକା କି ଭାଇ ବିରାଦରିକୁ ଛାଡ଼ି ତ୍ୟାଗ କଲା ସେ ଆସି ଯଦି କାରଖାନାକୁ ଯାଉଥିବା ପାଣି ଏବଂ ଅଣ୍ଡରରେଟ ପିଡ଼ିତ ଆମୃହତ୍ୟା କରୁଥିବା ଚାଷୀକୁ ଦେଖିବ ତାର ମନରେ କେଉଁ ଭାବନା ଆସିବ? ସଲିଳ ସମାଧି ନେଇଥିବା ତାର ଘର, ଜମି, ଗାଁ ପାଣି ଭିତରେ ରୁନ୍ଧି ହୋଇ ପଡ଼ିଛି; ତା ଉପରେ ଚାଷୀ ନୁହେଁ ବହୁରାଷ୍ଟ୍ରୀୟ ପୁଞ୍ଜିର ବିଜୟବାନା ଉଡୁଛି ସେତେବେଳେ ନେହେରୁଙ୍କ କହିଥିବା ତ୍ୟାଗ ଓ ସେ କରିଥିବା ତ୍ୟାଗ ଭିତରେ କୌଣସି ମେଳ ଦେଖିବ ନାହିଁ।
ରାଷ୍ଟ୍ରବାଦ ଜେ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ଏ କଥାକୁ ସେ ହିଁ ଠିକ ବୁଝିବ।
ବ୍ୟକ୍ତି ପରିବାର ତିଆରେ ଏବଂ ନିଜ ପରିବାରକୁ ଗୋଟିଏ ସୁରକ୍ଷିତ ପରିବେଶ ଦିଏ। ଗାଁ ଅବା ସହରରେ ରହେ। ପରିବାରକୁ ଏପରି ପରିବେଶରେ ରଖିବାକୁ ଚାହେଁ ଯେଉଁଠି ଖାଦ୍ୟ ସୁରକ୍ଷା ଏବଂ ନିଜ ଜୀବନ ଧାରଣର ସୁରକ୍ଷା ଦେଇଥାଏ। ଏହିଠାରୁ ବ୍ୟକ୍ତିରୁ ସମୂହ ଯାତ୍ରା ଆରମ୍ଭ ହୁଏ। ସମୂହର ପ୍ରସାରଣ ପରିବାର, ପଡ଼ା, ଗ୍ରାମ ହୋଇ ରାଷ୍ଟ୍ର ଏବଂ ଅସୀମିତ ପର୍ଯ୍ୟନ୍ତ ହୋଇଥାଏ। ରାଷ୍ଟ୍ରବାଦର ମୂଳ ବିନ୍ଦୁ ବ୍ୟକ୍ତିରୁ ଆରମ୍ଭ ହୁଏ।
ବ୍ୟକ୍ତି ନିଜର ବ୍ୟକ୍ତିତ୍ଵକୁ ଯେଉଁ ମାର୍ଗରେ ବିକାଶ କରେ ତାହା ସଂସ୍କୃତି ପରମ୍ପରା ଅବା ଧର୍ମ ବୋଲି କହି ପାରୁ। ଏସବୁ ବ୍ୟକ୍ତିତ୍ଵକୁ ଗୋଟିଏ ସ୍ତର ଦିଏ। ପାରମ୍ପରିକ ସମ୍ବନ୍ଧ ଏବଂ ଅନୁଶାସନ ସ୍ଵତଃ ତିଆରି ହୋଇଥାଏ। ବ୍ୟକ୍ତିତ୍ଵ ବିକାଶ ହୁଏ। ବ୍ୟକ୍ତିରୁ ରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ବିରାଟ ପରିସୀମା। ଏଥିରେ ଅନେକତା ନିଶ୍ଚିତ ରହିବ।
ଏହି ଅନେକତା ପରିବାର ଏବଂ କ୍ରମ କ୍ରମରେ ରାଷ୍ଟ୍ର ପୃଥିବୀ ଏବଂ ତା ଆଗକୁ ଅସୀମିତ ପର୍ଯ୍ୟନ୍ତ ଯାଇପାରିବାର ସାମର୍ଥ୍ୟ ରଖିଥାଏ। ପରିବାରରେ ବ୍ୟକ୍ତି ନିଜର ପ୍ରତିନିଧି, ପଡୋଶୀ ଘରେ ପରିବାରର ଏପରି ଅନ୍ୟ ଗ୍ରହରେ ପୃଥିବୀର ପ୍ରତିନିଧି ହୋଇଥାଏ।
ବ୍ୟକ୍ତିର ପ୍ରସାରଣଶୀଳତା ତାକୁ ସ୍ୱାତନ୍ତ୍ର୍ୟତା ଦିଏ। ସେ ନିଜକୁ ହିଁ ଭଲପାଏ।
ଏଥିପାଇଁ ମାର୍ଗ ଅନୁଷ୍ଠାନ ଧର୍ମ ଆଦି ତିଆରି କରିଥାଏ। ଯାହା ଚିରନ୍ତନ ନୁହେଁ ପରିବର୍ତ୍ତନଶୀଳ ମଧ୍ୟ।
ବ୍ୟକ୍ତି ଏହି ବିରାଟ ମଧ୍ୟରେ ଅସୀମ ବ୍ୟକ୍ତିତ୍ଵ ମଧ୍ୟରେ ନିଜକୁ ପ୍ରମୁଖ ସତ୍ତା ମାନେ। ସେ ନିଜେ ତାର ନିଜର ! ପରିବାର ତାର ନିଜର ! ଚନ୍ଦ୍ରସୂର୍ଯ୍ୟ ତାର ନିଜର! ରାତିରେ ତାରା ଭର୍ତ୍ତି ଆକାଶ ତାର ନିଜର। ଏହି ନିଜର ଭାବନା ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରେ ନାହିଁ କି ଅନଧିକାର ବୋଲି ଚିନ୍ତା କରେ ନାହିଁ। ଯେପରି ରାଷ୍ଟ୍ରକୁ ନିଜର ଭାବେ। ଏଥିରେ ବିବିଧତା ସ୍ବଭାବିକ। ଏହାକୁ କୌଣସି ପ୍ରକାରେ ପରିବର୍ତ୍ତନ କରି ହେବ ନାହିଁ।
ଏବେ ଶାସନ କଥା: ଏହି ବିବିଧତା ରେ ବ୍ୟକ୍ତି ଅନୁଶାସିତ ହେବାକୁ ବାଧ୍ୟ। ଏହି ଅନୁଶାସନର ସଂଗଠିତ ରୁପ ଶାସନ। ତେଣୁ ଶାସନର ମୂଖ୍ୟ କାର୍ଯ୍ୟ ବ୍ୟକ୍ତିତ୍ଵର ସୁରକ୍ଷା। ବ୍ୟକ୍ତିତ୍ଵ ଏକ ଚେତନା ସଂଖ୍ୟା ନୁହେଁ। ଶାସନକୁ ପରିଚାଳନା କରୁଥିବା ବ୍ୟକ୍ତି ପ୍ରତିନିଧି ହୋଇଥାଏ। ସାଧାରଣ ଅର୍ଥରେ ସେବକ। ପ୍ରମୁଖ ସେବକ ବା ମୂଖ୍ୟ ସେବକ ଶବ୍ଦ ଆଗରୁ ୨୦୧୯ ପୂର୍ବରୁ ବହୁତ ଶୁଣାଯାଇଛି।
ଇତିହାସକୁ ଅନୁଧ୍ୟାନ କରନ୍ତୁ ସେବକ ଯେତେବେଳେ ନିଜକୁ ନିୟନ୍ତା ଭାବେ ସେତେବେଳେ ହିଁ ଅରାଜକତାର ବିଜ ପବନ ହୋଇଯାଏ। ବ୍ୟକ୍ତିତ୍ଵ ଯେହେତୁ ଅନ୍ୟର ପ୍ରଭୁପଣକୁ ଅସ୍ଵୀକାର କରେ ସେତେବେଳେ ପ୍ରତିନିଧି ନିଜ ଉପରେ ଦେବତ୍ଵ ଆରୋପଣ କରେ। ଗୌତମବୁଦ୍ଧ, ମହାତ୍ମାଗାନ୍ଧୀ, ଭୀମଭୋଇ ଏପରି ଅନେକ ନାମ ବ୍ୟତୀତ ଅନ୍ୟ ଭଗବାନଙ୍କ ଜନ୍ମ ଗୋଟିଏ ରହସ୍ୟମୟତାରେ ରହେ। ସେମାନେ ଇତର ମାନବ ନୁହନ୍ତି ତେଣୁ ତାଙ୍କୁ ଦେବତ୍ଵ ସ୍ତରରେ ରଖାଯାଏ। ସେମାନେ ବିନାଶ କରିବାର ଏକଚାଟିଆ ଅଧିକାର ପାଆନ୍ତି। ଖାସ ଏଇଥି ପାଇଁ ରାଜାମାନେ ଯେଉଁମାନଙ୍କୁ ଅବା ଅଞ୍ଚଳକୁ ଶାସନ କରୁଥିଲେ ସେ ଅଞ୍ଚଳର ଦେବାଦେବୀଙ୍କୁ ପ୍ରଥମେ ଆକ୍ରମଣ କରୁଥିଲେ। ଆକ୍ରମଣ ଅର୍ଥ ସମୂହରୁ ଅପହରଣ କରି ନିଜ ଅକ୍ତିଆରରେ ରଖୁଥିଲେ। ଓଡ଼ିଶାରେ ଜଗନ୍ନାଥଙ୍କ ଠାରୁ ବଡ଼ ଉଦାହରଣ ନାହିଁ।
ଦେବତ୍ଵ ପାଇ ପ୍ରତିନିଧି ଶାସକ ହୋଇଯାଏ ଏବଂ ଶାସକ ହେଲେ ଉପଦ୍ରବି ହେବାର ମାର୍ଗ ଖୋଲିଯାଏ। ଶାସକ ଉପଦ୍ରବି ହୋଇଗଲେ ସମୂହକୁ ବ୍ୟକ୍ତିତ୍ଵ ଆକାରରେ ନୁହେଁ ସଂଖ୍ୟା ଆକାରରେ ବିଚାର କରେ। ମୋର ୧୨୫ କୋଟି ଦେଶବାସୀ ପରି ସମ୍ବୋଧନ ପଛରେ ଗୋଟିଏ ଉଦ୍ଘୋଷ ଥାଏ: ୧୨୫ କୋଟି ବ୍ୟକ୍ତିର ମୁଁ ପ୍ରଭୁ। ଏହି ପ୍ରଭୁପଣ ବିରୋଧରେ ବ୍ୟକ୍ତିତ୍ଵ ବିଦ୍ରୋହ କରେ।
କିନ୍ତୁ ଦସ୍ୟୁ ରତ୍ନାକର ଲେଖିଥିବା ରାମାୟଣକୁ ବ୍ୟକ୍ତିତ୍ଵ ସମ୍ରମତାର ସହ ସମ୍ମାନ ଦିଏ କିନ୍ତୁ ଶାସକ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଅପହରଣ କରେ। କାରଣ ଏହା କଲେ ଉପଦ୍ରବ ପାଇଁ କିଛି ସମୟ ମିଳିବ। ଏ ସମୟ ମିଧ୍ୟରେ ନିଜର ବିଜୟବାନା ଅନ୍ତତଃ ଉଡ଼ାଯାଇ ପାରିବ!
ଏ ସମସ୍ତ କାମ ବ୍ୟକ୍ତିତ୍ଵକୁ ଶେଷ ନ କଲା ପର୍ଯନ୍ତ କରିବା ସମ୍ଭବ ନୁହେଁ ତେଣୁ ବ୍ୟକ୍ତି ସଂଖ୍ୟା ହୋଇଯାଏ। ସଂଖ୍ୟାକୁ ନେଇ ସାହିନବାଗରେ ବସାଯାଇ ପାରିବ, ଦଙ୍ଗା ବି କରାଯାଇପାରିବ।
ବ୍ୟକ୍ତିତ୍ଵ ସବୁବେଳେ ପ୍ରଭୁପଣକୁ ଅସ୍ଵୀକାର କରେ। ତେଣୁ ପ୍ରତ୍ୟେକଟି ଶାସକ ବିରୋଧର ସମ୍ମୁଖିନ ହୁଅନ୍ତି। ଏହାର ବିପରିତ ବୁଦ୍ଧ, ବ୍ୟକ୍ତିତ୍ଵକୁ ଅନନ୍ତ ପର୍ଯ୍ୟନ୍ତ ପ୍ରସାରିତ କରନ୍ତି ତେଣୁ ବ୍ୟକ୍ତି ତାଙ୍କୁ ସମର୍ପିତ ହୋଇଯାଏ।
ଏ ଭୁମିକା ପରେ ଆପଣଙ୍କ ଦ୍ଵେତ ନାଗରିକତା ଉପରେ ଚିନ୍ତା କରିବା ସହଜ ହେବ। ଦ୍ୱେତ ନାଗରିକତା ଅର୍ଥାତ ନିଜକୁ ଏକଛତ୍ରବାଦ ଠାରୁ ନଗରିକତା କୁ ସୁରକ୍ଷିତ ରଖିବା। ବର୍ତ୍ତମାନ ପରିପ୍ରେକ୍ଷିରେ ଏହା ନିତାନ୍ତ ଆବଶ୍ୟକ। ଆମେ ଯଦି ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରିବା ରାଜ୍ୟ ଏବଂ ରାଷ୍ଟ୍ର ଭିତରେ ଯେଉଁ ପ୍ରଭେଦ ରହିଅଛି ସେହି ପ୍ରଭେଦ ନାମରିକତାକୁ ନେଇ ନୁହେଁ। ନିଜ ରାଜ୍ୟ ଛଡ଼ା ଅନ୍ୟ ରାଜ୍ୟରେ ସ୍ଥାୟୀ ହେବାକୁ ବିଶେଷ କାରଣର ଆବଶ୍ୟକତା ରହୁଥିବ। ଫଳତଃ ସାଧାରଣଙ୍କ ସ୍ଥାନୀୟ ସ୍ଵାର୍ଥରକ୍ଷା ସମ୍ଭବ ହୋଇ ପାରିବ।
‌ଦ୍ୱେତ ନାଗରିକତାର ପରିଭାଷା କଣ ରହିବ ?
‌ସରକାରଙ୍କ କର୍ତ୍ତୃତ୍ଵ କଣ ରହିବ ?
‌ଏହା ଫଳରେ ରାଷ୍ଟ୍ରିୟ ଅସ୍ମିତା ଓ ଅଖଣ୍ଡତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ତ?
ଏ ସମସ୍ତ ବିଷୟ ପ୍ରତି ଗଭିର ଅନୁଧ୍ୟାନ କରାଯିବା ନିତାନ୍ତ ଆବଶ୍ୟକ।
କାରଣ ବିବିଧତାରେ ଏକତା ଭାରତୀୟତାର ମୂଳ ଅଟେ। ଖାସ ଏଇଥିପାଇଁ ପୃଥିବୀର ସମସ୍ତ ପ୍ରାଚୀନ ସଭ୍ୟତା ନଷ୍ଟ ହୋଇ ସାରିଲା ପରେ ବି ପୃଥିବୀର ପ୍ରଥମ ସଭ୍ୟତା ଯାହା ହିମାଳୟ ଠାରୁ ମଧ୍ଯ ପ୍ରାଚୀନ ତାହା ଆଜି ବି ବଞ୍ଚିଛି। ଅପରନ୍ତୁ ଲକ୍ଷାଧିକ ରାଜତ୍ଵ ନିଶ୍ଚିହ୍ନ ହୋଇ ବିସ୍ମୃତିକୁ ଚାଲିଗଲେଣି।

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: