ଦାଦନ ଶ୍ରମିକଙ୍କ ଚିନ୍ତା କରାଯାଉ

ବିଶ୍ଵ ଗୋଟିଏ ଅକଳ୍ପନୀୟ ଆପଦାକୁ ସାମ୍ନା କରୁଛି। ଏ ସମୟ ସମସ୍ତଙ୍କ ପାଇଁ କଷ୍ଟର ସମୟ ଅପେକ୍ଷା ପରୀକ୍ଷାର ସମୟ। କେଉଁ ଦେଶ କିପରି ଏହାର ମୁକାବିଲା କରୁଛି ତାହା ଆମପାଇଁ ଉଦାହରଣ ମାତ୍ର ଅନୁକରଣୀୟ ନୁହେଁ।
ଆମେ କେଉଁ ପରିସ୍ଥିତିରେ ଅଛୁ ଏଇଟା ବଡ଼ କଥା, ଆମର ଅଞ୍ଚଳ ଆଗକୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ଏହା ବିଚାରର କଥା।
ଜଣେ ପାଠୁଆ ମୂର୍ଖ ଏତେ ସଚେତନତା ସତ୍ତ୍ୱେ ଅଫିସ୍, ଡିସପେନସରି, ନିର୍ସିଂହୋମ, ଡାକ୍ତରଖାନା ଆଦି ବୁଲିଲା। ଗୋଟିଏ ଦିବସର ଚିକିତ୍ସା କରାଗଲା ଗୁପ୍ତ ଭାବରେ। ନିଜକୁ ବିଜ୍ଞାପିତ କରିବା ପାଇଁ (?) ଅଥବା କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ସାଧନ ପାଇଁ ରୋଗୀ ଓ ରୋଗ ଉଭୟକୁ ଗୋପନ ରଖିଲା। ତା’ଠାରୁ ନୂଆପଡାର ଡାକ୍ତର ଠିକ ଥିଲେ ଯିଏ ଥଣ୍ଡା ରୋଗୀକୁ କରୋନା ସଂଦିଗ୍ଧ ବୋଲି କହିଲେ। ଅବଶ୍ୟ ଅହେତୁକ ପ୍ରଚାର ନିନ୍ଦନୀୟ ଥିଲା।
ରୋଗୀ ଚିହ୍ନଟ ହେବା ପରେ ଇତିହାସରେ ପ୍ରଥମଥର ଲୋକସଭା ଭବନରେ ବିଧାନସଭା ଅଧିବେଶନ ହେବ। ଜଣେ ରୋଗୀର ସଂସ୍ପର୍ଶରେ ଆସିଥିବା ତମାମ ଜିନିଷ ଓ ବ୍ୟକ୍ତି ବିପଦପୂର୍ଣ୍ଣ ଅନ୍ୟ ମାନଙ୍କ ପାଇଁ।
ଏଥିରୁ ରୋଗର ଭୟାବହତା ଅନୁମାନ କରି ହେଉଥିବ।
ଓଡ଼ିଶାକୁ ନେଇ ଚିନ୍ତା କରାଯାଉ। ମୂଖ୍ୟ ଶାସନ ସଚୀବ କହି ସାରିଲେଣି ଆମ ରାଜ୍ୟ ତୃତୀୟ ସ୍ତରକୁ ଯିବାର ସମ୍ଭାବନା ଅଧିକ। ଜଣେ ଲୋକକୁ ନେଇ ଏତେ ସାବଧାନତା ନିଆଯାଉଛି। ଏ ସଂଖ୍ୟା ଯଦି ବଢିଯାଏ?
କେମିତି ଆତଙ୍କର ବାତାବରଣ ନ ହେବ?
କିନ୍ତୁ ଆମକୁ ଆଗକୁ ବହୁତ ସାବଧାନ ହେବାକୁ ଅଛି। ଓଡ଼ିଶାକୁ ବିଦେଶରୁ ଯେତିକି ଲୋକ ଫେରିଛନ୍ତି ତାର କୋଡ଼ିଏ ଗୁଣ ୮୦ ହଜାରରୁ ଅଧିକ ପ୍ରବାସୀ ଫେରିଲେଣି। ସେମାନଙ୍କୁ କିପରି ରଖା ଯାଇଛି? କାଲି ସଂଧ୍ୟାରେ ଜଣେ ସରପଞ୍ଚଙ୍କୁ ଖୋଜିଲି ପ୍ରବାସୀଙ୍କ ବ୍ୟବସ୍ଥା ବୁଝିବା ପାଇଁ। ମହାଶୟ ଜଣକ ନିଜ ଅନୁଚରଙ୍କ ଗହଣରେ ଅବକାରି ରାଜସ୍ଵ ବଢଉଥିଲେ। କିଛି ଅସ୍ଥାୟୀ ଥଇଥାନ କେନ୍ଦ୍ର ପ୍ରସ୍ତୁତ ହୋଇଛି କେତୋଟି ରେ ଲୋକେ ଅଛନ୍ତି। କିନ୍ତୁ ୯୫ % ଫେଲ ହୋଇଛନ୍ତି। ପ୍ରବାସୀମାନେ ପରିବାର, ବନ୍ଧୁ, ମଦକୁଠି ଆଦିରେ ଅବାଧ ମିଳାମିଶା କରୁଛନ୍ତି। ଏହା ହିଁ ସରପଞ୍ଚମାନଙ୍କ ଶେଷ ପ୍ରସ୍ତୁତି।
ଏହା ଠାରୁ ବଡ଼ ବିପଦ ଆଗକୁ ଆସୁଛି। ପଡୋଶୀ ରାଜ୍ୟ ତଥା ଦକ୍ଷିଣ ରାଜ୍ୟ ମାନଙ୍କରୁ ପାଞ୍ଚଲକ୍ଷରୁ ଅଧିକ ଶ୍ରମିକ ଆସିବେ। ଗମନାଗମନ ସ୍ୱଭାବିକ ହେଲେ କିମ୍ଵା ସାମାନ୍ୟ ଢିଲା ହେଲେ ସଡ଼କ ପଥରେ ମଧ୍ଯ ଏମାନେ ଆସିବେ।
କିଛି ସୂଚନା ଏପରି ମଧ୍ଯ ଆସୁଛି ଯେ ଲୋକମାନେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରୁ ଚାଲି ଚାଲି ଆସିବାକୁ ବି ପ୍ରସ୍ତୁତ। କିଛି ଦଳ ବାହାରି ମଧ୍ଯ ସାରିଲେଣି। ଏ ସଂଖ୍ୟା ନ ବଢିବ କିଏ କହିବ?
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କୁ ରଖିବା ପାଇଁ ମୂଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଛନ୍ତି। ଏହା କେତେ ପାଳନ କରିବେ କିଏ କହିବ?
ଏମାନଙ୍କୁ ସୁରକ୍ଷିତ ରଖିବା କଠିଣ ନୁହେଁ। ଜିଲ୍ଲା ଶ୍ରମ ଅଧିକାରୀମାନେ ସବୁ ତଥ୍ୟ ରଖିଛନ୍ତି। ଯିଏ ଯେଉଁଠି ଅଛନ୍ତି ସେଠାରେ ରଖିପାରିବା ବୁଦ୍ଧି ଓ ସାମର୍ଥ୍ୟ ଶ୍ରମ ଅଧିକାରୀମାନେ ରଖିଛନ୍ତି। ବଦଳରେ ତାଙ୍କୁ କ୍ଷମା ଦେବାକୁ ହେବ କାରଣ ଲେଖାଥିବା ସଂଖ୍ୟା ଓ ପ୍ରକୃତ ଦାଦନ ସଂଖ୍ୟା ଭିତରେ ୭ ରୁ ୧୦ ଗୁଣ ଅନ୍ତର ରଖେ।
ଡିଏଲଓମାନଙ୍କ ସାମୂହିକ ପ୍ରୟାସ ସମସ୍ତ ପ୍ରବାସୀଙ୍କ ଠିକଣା ପାଇବାରେ ଅସୁବିଧା ହେବନାହିଁ।
ଏହା ଆପଦ କାଳ ଅଟେ। ତେଣୁ ସମସ୍ତ ଦାଦନ ସର୍ଦାରଙ୍କୁ ଶ୍ରମିକମାନଙ୍କ ଥଇଥାନ ଦାୟିତ୍ଵ ଦେଲେ ଯଥା ସ୍ଥିତି ରଖିବାରେ ସରଳ ହେବ।
ଏଥି ସହ ଅନ୍ୟ ଏକ ସୂଚନା ପ୍ରାୟ ୯୦% ଦାଦନ ଶ୍ରମିକ ଇଟାଭାଟି ମାଲିକମାନଙ୍କ ନିକଟରେ କାମ କରନ୍ତି। ଭାଟି ମାଲିକମାନଙ୍କ ସହଯୋଗରେ ସମସ୍ତଙ୍କୁ ସୁରକ୍ଷିତ ରଖିହେବ। ଯିଏ ଯେଉଁଠାରେ କାମ କରୁଛନ୍ତି ସେମାନେ ସେଠାରେ ରହିବେ।
ପ୍ରାୟତଃ ଦେଖାଯାଏ ଜନ ବସତିରୁ ଦୂରରେ ଦାଦନ ଶ୍ରମିକମାନେ ସପରିବାର ରହିଥାନ୍ତି। ମାଲିକ ଓ ସର୍ଦାରଙ୍କ ଅଭୟ ପାଇଲେ ସେମାନଙ୍କ ପ୍ରବାସରେ ରହିବା ଅସୁବିଧା ହେବନାହିଁ।
ଯଦି ଏମାନେ ଭୟରେ ପ୍ରବାସକୁ ତ୍ୟାଗ କରିବା ମନସ୍ଥ କରନ୍ତି ଅବା କୌଣସି ସରକାରୀ ଆଦେଶରୁ କାମ ବନ୍ଦ ହୋଇଯାଏ ସେମାନେ ଫେରିବାକୁ ଚେଷ୍ଟା କରିବେ। ଚାଲିବେ ନିଶ୍ଚୟ। ରାସ୍ତାରେ ତାଙ୍କର ସୁରକ୍ଷା ତାଙ୍କର ଯାତ୍ରାରେ ଭୁତାଣୁର ସଂକ୍ରମଣ ଆଶଙ୍କା ଅଧିକ।
ଏଥି ବାଦ ଯଦି ରେଳ ମାର୍ଗ କି ସଡ଼କ ମାର୍ଗ ଖୋଲିଗଲା ତାହେଲେ ଅନ୍ୟ ରାଜ୍ୟର ଷ୍ଟେସନ ଅପେକ୍ଷା ରାୟଗଡ଼ାରୁ ଖରିଆରରୋଡ ଏବଂ ଟିଟିଲାଗଡ଼ରୁ ସମ୍ବଲପୁର ସମସ୍ତ ରେଳ ଷ୍ଟେସନରେ ଅହେତୁକ ଭିଡ଼ ହେବ। ତଦୃପ ନିଜ ନିଜ ଗାଁମାନଙ୍କୁ ଯିବାପାଇଁ ସଡ଼କ ପଥ ପ୍ରବାସୀମାନଙ୍କ ଭିଡ଼ ରହିବ। ଯାହା ପ୍ରତିବର୍ଷ ହୁଏ। ପ୍ରଥମ ସପ୍ତାହରେ ୪୦ % ରୁ ଅଧିକ ଦାଦନ ଫେରିଥାନ୍ତି। ଆପଦା ବେଳେ ଏହା ବଢିଯିବ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଗାଁରୁ ବାହାରେ ରଖିବା ଅସମ୍ଭବ ହେବ ତା ସହ ବିପଦପୂର୍ଣ୍ଣ ମଧ୍ୟ ହେବ।
ଏହା କରିବାକୁ ପଢିବ କାରଣ ସରପଞ୍ଚମାନେ ଏତେ ସଜଗ ନୁହନ୍ତି ଯେ ଏତେ ବଡ଼ ଘରବାହୁଡାକୁ ସୁରକ୍ଷିତ ପରିଚାଳନା କରିପାରିବେ।
ପ୍ରବାସୀ ଓଡ଼ିଆ ଶ୍ରମିକ/ଦାଦନ ଭାଇ ମାନଙ୍କ ପରିବାର ସୁରକ୍ଷିତ ଓ ସୁସ୍ଥ ରହନ୍ତୁ ଏହା ହିଁ ଇଚ୍ଛା କରି ହେବ।

ବିନମ୍ର ନିବେଦନ.୨

ସବା ଶେଷ ଇଚ୍ଛା: ଲଢିବା ପାଇଁ ବଞ୍ଚିବା
(ଏ ଲଢ଼ାଇ କୌଣସି ମତବାଦରେ ଦାୟ ରଖେ ନାହିଁ) ଫଟୋ- ସୁଭାଷ ସହାରେ

ଆଜି ଗୋଟିଏ ଖବର ବ୍ୟଥିତ କଲା। ଓଡ଼ିଶାରେ ଚାଉଳ କଳା-ବଜାରର ଯେଉଁ ଚରିତ୍ର ଅଛି ତାହାକୁ ଏତେ ତଳକୁ ଖସିବାର ଶୁଣି ନଥିଲି। ମୋର ନିଜସ୍ଵ ଚିନ୍ତା ଥିଲା ଅନ୍ତତଃ ଗାଁରେ ଥିବା ଗରିବ ଲୋକଟି ଖାଦ୍ୟ ଶଂକଟରେ ପଡ଼ିବ ନାହିଁ। ଚାଉଳ ସହ ସଂପର୍କୀତ ବଜାର ଏତେ ଗଭିର ଯେ ସେ ମଣିଷର ପେଟକୁ ମାପିଛି। କେଉଁ ଗାଁରେ କେଉଁମାନଙ୍କୁ ଖାଦ୍ୟ ଦରକାର ଏ ବଜାର ବେଶ୍ ଚିହ୍ନିଛି। ଅବଶ୍ୟ ଗ୍ରାମ ସ୍ତରରେ ତାର ଆଶ୍ୱାସନା ପହଞ୍ଚି ଥିବ ବୋଲି ମୋର ବିଶ୍ୱାସ ଥିଲା। ବୁଝିଲି ଏଥିରେ ମହାଜନୀର ଗୋଟିଏ ପ୍ରସ୍ତୁତି ପର୍ବ ଆରମ୍ଭ ହେଉଛି।
ସବୁଠାରୁ ବଡ଼କଥା ଖାଦ୍ୟ ବିତରଣ ପାଇଁ କୌଣସି ଅସୁବିଧା ହେବନାହିଁ। ଅତି କ୍ଷିପ୍ର ଲୋକଙ୍କ ପାଖକୁ ଖାଦ୍ୟ ପହଞ୍ଚିଯିବ। ସରକାରୀ ଭଣ୍ଡାରରେ ଖାଦ୍ୟର ଅଭାବ ନାହିଁ। ଚାଉଳର ମୁକ୍ତ ବିବରଣ ଅର୍ଥାତ ପ୍ରତି ପରିବାରକୁ ଏକ ମାସର ଚାଉଳ ମାଗଣା ଦିଆଗଲେ ସାମାଜିକ ସ୍ଥିତି ଓ ବଜାର ଉଭୟ ସ୍ଥିର ରହିବ।
୨୧ ଦିନ ସମସ୍ତଙ୍କ ପାଖକୁ ଖାଦ୍ୟ ପହଞ୍ଚିଲେ ସ୍ଥିତି ସାମାନ୍ୟ ରହିବ।
ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ମୂଲ୍ୟ ବଢିଗଲାଣି। ୧୯୬୬ ବଜାରରେ ଏହି କୃର ଚରିତ୍ର ଏତେ ନିମ୍ନଗାମୀ ନ ଥିଲା। ଆଜି ହଠାତ୍ ଦିଶିଲା। ଏତେ ଦୀର୍ଘ ଅନୁଭବ ପରେ ବି ଖୁଚୁରା ବଜାର ବୁଝିବା ଉଚିତ ସେଇଟା ମରୁଡି ଥିଲା। ତୁମ ପାଖରେ ଖାଇବା ଥିଲା; ତାଙ୍କ ପାଖରେ ଭୋକ ଥିଲା। ସେଥିଲାଗି ଖୁଚୁରା ବେପାର ତିଷ୍ଠିଲା। କୋଭିଦ-୧୯ର ଚରିତ୍ର ହେଲା ଏ ରୋଗଟି ନା ତୁମକୁ ଚିହ୍ନେ ନା ତୁମର ଭଣ୍ଡାରକୁ। ଏହା ବଜାର ଚଲଉ ଥିବା ଲୋକମାନେ ବୁଝିବା କଥା। ସଠିକ ମୂଲ୍ୟରେ ଲୋକଙ୍କ ଆବଶ୍ୟକତା ବାକିରେ ବି ଦେବା ଆପଣମାନଙ୍କ କ୍ଷମତା ଅଛି। ଏହା ମାନବତାର ଶଙ୍କଟ।
COVID-19 ସଂକ୍ରମିତ SARS-COV-2 ରୋଗୀରେ ଆପଣମାନେ ମଧ୍ୟ ବାଦ ପଡ଼ି ନାହାନ୍ତି। ତାହା କ୍ଷୁଧା ଓ ଅନ୍ନର ଖେଳ ଥିଲା। ସେତେବେଳେ ସୁନା, ବାସନ, ଜମି ବାଦ ମଣିଷ ବି ନିଜକୁ ବନ୍ଧକ ରଖିଲା। କିନ୍ତୁ ବର୍ତ୍ତମାନ ସେ ଖେଳ ଲୋକେ ନାପସନ୍ଦ କରିବେ। ବିକଳ୍ପରେ ‘ମଲ’ ଆପଣମାନଙ୍କୁ ନିଶ୍ୱ କରିଦେବ। ଏହା କେବଳ ଆପଣଙ୍କ ନୁହେଁ ଆପଣଙ୍କ ଆଜୀବିକା ପାଇଁ ମିଧ୍ଯ ପ୍ରଶ୍ନଟିଏ ଛାଡିଦେବ। ଆପଣମାନଙ୍କ ଟଙ୍କାର ୧/୩ ଭାଗ ନିୟନ୍ତ୍ରଣ ଘରୋଇ ଅର୍ଥ ଲଗାଣି ସଂସ୍ଥା ନେଇ ଗଲାଣି। ନିଜକୁ ସ୍ଥିର ରଖିବା ଅଛି ନା ଭବିଷ୍ୟତରେ ଜଣେ ମଧ୍ୟବର୍ଗୀ ହୋଇ ଜୀବନ ଅତିବାହିତ କରିବା ଅଛି ସେ ବିଚାର ଆପଣ ମାନଙ୍କର। ଆପଣମାନେ ବି ଜାଣନ୍ତି ବ୍ୟବସାୟରେ ଜାତିର ସଂଜ୍ଞା ବି ବଦଲି ଗଲାଣି।
କରୋନା ଭୁତାଣୁର ୪ଟି ଜାତି। ଚଳନ୍ତି ମହାମାରି ପଞ୍ଚମ ପ୍ରକାରର। ଯାହା ବିଷୟରେ ଆମେ ଜାଣି ନଥିଲୁ। ବାହୁଡ଼ି ଏବଂ ସଲ(ବଜ୍ରକାପ୍ତା) ଏହାର ବାହାକ। ଯେଉଁ କେତେଜଣ ଅମଣିଷ ବଜ୍ରକାପ୍ତା ତଷ୍କରୀ କଲେ। କୋଟି ଟଙ୍କା ସ୍ୱପ୍ନରେ ହଜାର ହଜାର ନିରିହ ବଜ୍ରକାପ୍ତାଙ୍କୁ ହତ୍ୟା କଲେ ସେମାନେ ତ ଏ ରୋଗ ପଠେଇ ନାହାନ୍ତି?
ଏବେ ଏହାର ସମୟ ନୁହେଁ! ଏହି ରୋଗରେ ଆକ୍ରାନ୍ତ ରୋଗୀର ପ୍ରତ୍ୟକ୍ଷ ଓ ଭୂତାଣୁ ବାହକ ସଂସ୍ପର୍ଶରେ ଆସିଲେ ଭୁତାଣୁ ଅନ୍ୟ ଶରୀରକୁ ଯାଏ। ମାଧାମ ନ ମିଳିଲେ ଏହା ନଷ୍ଟ ହୋଇଯାଏ। ବୟସ ଅନୁପାତରେ ଏହାର ପ୍ରଭାବ ଭିନ୍ନ ଭିନ୍ନ। ୨ ରୁ ୪ ପ୍ରତିଶତ ମୃତ୍ୟୁଦର ହୋଇଥିଲେ ମଧ୍ଯ ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ହାତ ଯୋଡୁଛନ୍ତି, ମୂଖ୍ୟମନ୍ତ୍ରୀ ରାଣ ପକାଉଛନ୍ତି ର ସାଧାରଣ ଅର୍ଥ ଚିକିତ୍ସା ପାଇଁ ଦେଶ ଅସମର୍ଥ। ଅନ୍ୟ ସ୍ୱାସ୍ଥ୍ୟ ସେବାରେ ଅଗ୍ରଣୀ ଦେଶର ଉଦାହରଣ ଏକଥାକୁ ପ୍ରମାଣିତ କରେ ।
ଯଦି ଏହାର କବଳ-ମାତ୍ରା ତାର ଇତିହାସ ପରି ହୁଏ ମୃତ୍ୟୁ ନୁହେଁ ଚିକିତ୍ସା ଯୋଗାଇ ପାରିବ ନାହିଁ। ନିଜକୁ ପ୍ରସ୍ତୁତ କରୁକରୁ ଅକାରଣ ମୃତ୍ୟୁ ଅସମ୍ଭାଳ ହୋଇ ଯିବ। ଏହାର ଉପାୟ ଗାଁକୁ ଛିତକିଆ ଘୋଷଣା କରିବା। କଲେରା ବ୍ୟାପିଲେ ଗାଁ ମାନଙ୍କରେ ଏପରି କରାହୁଏ। ଗାଁ ଛିତୁକ ମାନିଲେ ପ୍ରବାସୀ ବି ନିଜ ଗାଁରେ ଅତିବେଶି ଦଶଦିନ ନିର୍ବାସିତ ରହେ।
ଭୟ ନୁହେଁ ସାବଧାନତା ହିଁ ଆବଶ୍ୟକ। ଆମେ ନିଜକୁ ଓ ଦେଶକୁ ବଞ୍ଚାଇ ପାରିବା। ଲୋକଙ୍କ ପାଇଁ ଆପଣ ବର୍ତ୍ତମାନର ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ମାନବତାର ଆବଶ୍ୟକତା ମଧ୍ଯ ଏହା କହେ। ଆପଣ ମାନେ ଅଞ୍ଚଳ ଅର୍ଥନୀତିର ଇତିହାସର ମେରୁଦଣ୍ଡର ନିୟନ୍ତ୍ରଣ କରିଥାନ୍ତି।
ଏ ଆହ୍ୱାନ ମାନବତାର। ଏହାକୁ ନିଷ୍ଠାର ସହ ସ୍ଵୀକାର କରନ୍ତୁ

ବିନମ୍ର ନିବେଦନ

ବର୍ତ୍ତମାନ ମାନବ ସଭ୍ୟତା ମୃତ୍ୟୁସହ ସାମ୍ନା କରୁଛି। ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ତୁଲାଇବା। ସଲାମ ସମସ୍ତ ସରକାରୀ କର୍ମଚାରୀଙ୍କୁ। ଆପଣମାନଙ୍କ ନିଷ୍ଠା ଓ କର୍ତବ୍ୟପରାୟଣତା ଆମ ସାଧାରଣ ନାଗରିକଙ୍କୁ ସୁରକ୍ଷା ବୋଧ ଦେଉଛି। ପୋଲିସ ବିଭାଗର ସଜଗତା ଉପରେ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ।
ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଦ-୧୯ର ସଂକ୍ରମଣ ମାତ୍ରା ଓ ସଂକ୍ରମଣର ଚରିତ୍ରକୁ ଦେଖିଲେ ଏହା ମାନବ ପ୍ରଜାତି ଉପରେ ଏକ ବଡ଼ ଧରଣର ଆକ୍ରମଣ।
ଆମ ଦେଶ ଭାରତ ସେତେ ସମ୍ପନ୍ନ ନୁହେଁ ଯାହା ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେଇ ପାରିବ। ଆମେ ଯଦି ନିଜକୁ ସଂକ୍ରମିତ ନ କରିବା ତା ହେଲେ ଆମେ ସୁରକ୍ଷିତ ରହିବା। ଏହାର ବିପରିତ ଯଦି ସଂକ୍ରମିତ ହୋଇଯିବା ତାହେଲେ ଆମେ ନିଜ ପ୍ରଜାତି ପାଇଁ ବଡ଼ ବିପଦ ହୋଇଯିବା।
ସବୁଠୁ ସାଧାରଣ ଲୋକ ଟିଏ ଏତିକି ବୁଝୁଛି କାହାକୁ ଛୁଇଁବା ନାହିଁ। ଆମ ଗାଁ ମାନଙ୍କରେ ଏହି ଅଭ୍ୟାସ ଅଛି ନ ଛୁଇଁ ବି ସାଧାରଣ ବ୍ୟବହାର ରଖିପାରୁ। ପ୍ରତିଟି ଓଡ଼ିଆ ଗାଁର ଲୋକ ଏହାସହ ବେଶ ପରିଚିତ। ଏ ନ ଛୁଇଁବା ବ୍ୟବହାର ଆମ ଭିତରର ସମ୍ପର୍କକୁ ନିବିଡ଼ କରିଛି ସିନା ଆମର ସମ୍ପର୍କକୁ କେବେବି ଅଛୁତ କରି ପାରିନାହିଁ। ୧୯ ଟି ଦେଶରେ ଆମ ଅଜଣା ଭାଇ ପରିଜନଙ୍କ ମୃତ୍ୟୁରେ ଆମେ ‘ଛିଆଁ’ ହେଇଛୁ। ବାସ ଏତିକି ହିଁ କରିବା ଅଛି।
ସମଗ୍ର ଓଡ଼ିଶାକୁ ଏବେ ଶ୍ରମିକମାନେ ଫେରିବେ। ଦୀର୍ଘ ରେଳଯାତ୍ରା। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରୁ। ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ। ଏମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରି ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଅନ୍ତତଃ ଖାଦ୍ୟ ଓ ସ୍ବଚ୍ଛତା ସାମଗ୍ରି ଯୋଗାଇବା ଉଚିତ। ଯଦି ସେମାନେ ଗାଁକୁ ଫେରି ଆସନ୍ତି ନିଜ ନିଜ ଗାଁରେ ତାଙ୍କୁ ଦୁଇ ସପ୍ତାହ ଗାଁରୁ ନିଆଁପାଣି ବାସନ୍ଦ କରି ରଖାଯିବା ବ୍ୟବସ୍ଥା ହେବା କଥା। ଏହି କରୋନା-ବାସନ୍ଦ ସମୟରେ ତାଙ୍କର ଖାଦ୍ୟ, ସ୍ଵଚ୍ଛତା ସାମଗ୍ରି, ଔଷଧ ଆଦି ଯୋଗାଇବା ବ୍ୟବସ୍ଥା ହେବା ଉଚିତ। ଏଥିପାଇଁ ଗାଁ ଲୋକ ମଧ୍ୟ ସହଯୋଗ ପାଇଁ ସଜଗ ରହିବା ଉଚିତ।
ପ୍ରକୃତରେ ଏହା ଆପଦ-କାଳ। ପୋଲିସ, ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ, ଲୋକଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ କାମରେ ଅଯଥା ହସ୍ତକ୍ଷେପ ନକରି ତାଙ୍କର କାମରେ ସହଯୋଗୀ ହେବା ତାଙ୍କ ନିର୍ଦ୍ଦେଶକୁ ମାନିବା ଆମର କର୍ତ୍ତବ୍ୟ।
ଆମର ସବଶେଷ ପରିଚୟ ହେଲା ଆମେ ମଣିଷ।

ରିତେଶ ଦାସଙ୍କ ଦ୍ଵେତ ନାଗରିକତା ପ୍ରଶ୍ନ ଉପରେ ଏକ ସଂକ୍ଷିପ୍ତ ଉତ୍ତର

ଦେଶରେ ଦ୍ବେତ ନାଗରିକତା ଦାବିର ଆବଶ୍ୟକତା ଆସି ଯାଇଛି କି?
Has the time come that we should demand for dual citizenship?(Ritesh Das) ସାର ଅଞ୍ଚଳିକବାଦ ଓ ରାଷ୍ଟ୍ରବାଦ ଭିତରେ ଗୋଟିଏ ଭ୍ରାନ୍ତିକୁ ଆମ ମାନସରେ ପବନ କରାଯାଇଛି। ଆଞ୍ଚଳିକବାଦ ଓ ରାଷ୍ଟ୍ରବାଦକୁ ଭିନ୍ନ କରାଯାଇଛି କାହିଁ କେତେ ଯୁଗରୁ। ହୀରାକୁଦ ବନ୍ଧ ନିର୍ମାଣ ସମୟରେ ନେହେରୁ କହିଥିଲେ ଦେଶ ପାଇଁ ତ୍ୟାଗ କଥା। ତ୍ୟାଗ କାହାଠାରୁ ନିଆଗଲା ଏବଂ ଫଳ କିଏ ପାଉଛି? ଗୋଟିଏ ପ୍ରହେଳିକା ଭିତରେ ବ୍ୟକ୍ତିକୁ ଅସମଞ୍ଜସରେ ପକାଇ ଦିଆଯାଏ। ବ୍ୟକ୍ତି ରାଷ୍ଟ୍ର ସମ୍ମୁଖରେ ନିଜର ଅଭିମାନକୁ ନ୍ୟୁନ ପାଏ। ଯେଉଁ ବ୍ୟକ୍ତି ନିଜର ଅଭିମାନକୁ, ନିଜର ଗାଁକୁ, ପଡୋଶୀଙ୍କୁ, ଗାଁର ବବା କକା କି ଭାଇ ବିରାଦରିକୁ ଛାଡ଼ି ତ୍ୟାଗ କଲା ସେ ଆସି ଯଦି କାରଖାନାକୁ ଯାଉଥିବା ପାଣି ଏବଂ ଅଣ୍ଡରରେଟ ପିଡ଼ିତ ଆମୃହତ୍ୟା କରୁଥିବା ଚାଷୀକୁ ଦେଖିବ ତାର ମନରେ କେଉଁ ଭାବନା ଆସିବ? ସଲିଳ ସମାଧି ନେଇଥିବା ତାର ଘର, ଜମି, ଗାଁ ପାଣି ଭିତରେ ରୁନ୍ଧି ହୋଇ ପଡ଼ିଛି; ତା ଉପରେ ଚାଷୀ ନୁହେଁ ବହୁରାଷ୍ଟ୍ରୀୟ ପୁଞ୍ଜିର ବିଜୟବାନା ଉଡୁଛି ସେତେବେଳେ ନେହେରୁଙ୍କ କହିଥିବା ତ୍ୟାଗ ଓ ସେ କରିଥିବା ତ୍ୟାଗ ଭିତରେ କୌଣସି ମେଳ ଦେଖିବ ନାହିଁ।
ରାଷ୍ଟ୍ରବାଦ ଜେ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ଏ କଥାକୁ ସେ ହିଁ ଠିକ ବୁଝିବ।
ବ୍ୟକ୍ତି ପରିବାର ତିଆରେ ଏବଂ ନିଜ ପରିବାରକୁ ଗୋଟିଏ ସୁରକ୍ଷିତ ପରିବେଶ ଦିଏ। ଗାଁ ଅବା ସହରରେ ରହେ। ପରିବାରକୁ ଏପରି ପରିବେଶରେ ରଖିବାକୁ ଚାହେଁ ଯେଉଁଠି ଖାଦ୍ୟ ସୁରକ୍ଷା ଏବଂ ନିଜ ଜୀବନ ଧାରଣର ସୁରକ୍ଷା ଦେଇଥାଏ। ଏହିଠାରୁ ବ୍ୟକ୍ତିରୁ ସମୂହ ଯାତ୍ରା ଆରମ୍ଭ ହୁଏ। ସମୂହର ପ୍ରସାରଣ ପରିବାର, ପଡ଼ା, ଗ୍ରାମ ହୋଇ ରାଷ୍ଟ୍ର ଏବଂ ଅସୀମିତ ପର୍ଯ୍ୟନ୍ତ ହୋଇଥାଏ। ରାଷ୍ଟ୍ରବାଦର ମୂଳ ବିନ୍ଦୁ ବ୍ୟକ୍ତିରୁ ଆରମ୍ଭ ହୁଏ।
ବ୍ୟକ୍ତି ନିଜର ବ୍ୟକ୍ତିତ୍ଵକୁ ଯେଉଁ ମାର୍ଗରେ ବିକାଶ କରେ ତାହା ସଂସ୍କୃତି ପରମ୍ପରା ଅବା ଧର୍ମ ବୋଲି କହି ପାରୁ। ଏସବୁ ବ୍ୟକ୍ତିତ୍ଵକୁ ଗୋଟିଏ ସ୍ତର ଦିଏ। ପାରମ୍ପରିକ ସମ୍ବନ୍ଧ ଏବଂ ଅନୁଶାସନ ସ୍ଵତଃ ତିଆରି ହୋଇଥାଏ। ବ୍ୟକ୍ତିତ୍ଵ ବିକାଶ ହୁଏ। ବ୍ୟକ୍ତିରୁ ରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ବିରାଟ ପରିସୀମା। ଏଥିରେ ଅନେକତା ନିଶ୍ଚିତ ରହିବ।
ଏହି ଅନେକତା ପରିବାର ଏବଂ କ୍ରମ କ୍ରମରେ ରାଷ୍ଟ୍ର ପୃଥିବୀ ଏବଂ ତା ଆଗକୁ ଅସୀମିତ ପର୍ଯ୍ୟନ୍ତ ଯାଇପାରିବାର ସାମର୍ଥ୍ୟ ରଖିଥାଏ। ପରିବାରରେ ବ୍ୟକ୍ତି ନିଜର ପ୍ରତିନିଧି, ପଡୋଶୀ ଘରେ ପରିବାରର ଏପରି ଅନ୍ୟ ଗ୍ରହରେ ପୃଥିବୀର ପ୍ରତିନିଧି ହୋଇଥାଏ।
ବ୍ୟକ୍ତିର ପ୍ରସାରଣଶୀଳତା ତାକୁ ସ୍ୱାତନ୍ତ୍ର୍ୟତା ଦିଏ। ସେ ନିଜକୁ ହିଁ ଭଲପାଏ।
ଏଥିପାଇଁ ମାର୍ଗ ଅନୁଷ୍ଠାନ ଧର୍ମ ଆଦି ତିଆରି କରିଥାଏ। ଯାହା ଚିରନ୍ତନ ନୁହେଁ ପରିବର୍ତ୍ତନଶୀଳ ମଧ୍ୟ।
ବ୍ୟକ୍ତି ଏହି ବିରାଟ ମଧ୍ୟରେ ଅସୀମ ବ୍ୟକ୍ତିତ୍ଵ ମଧ୍ୟରେ ନିଜକୁ ପ୍ରମୁଖ ସତ୍ତା ମାନେ। ସେ ନିଜେ ତାର ନିଜର ! ପରିବାର ତାର ନିଜର ! ଚନ୍ଦ୍ରସୂର୍ଯ୍ୟ ତାର ନିଜର! ରାତିରେ ତାରା ଭର୍ତ୍ତି ଆକାଶ ତାର ନିଜର। ଏହି ନିଜର ଭାବନା ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରେ ନାହିଁ କି ଅନଧିକାର ବୋଲି ଚିନ୍ତା କରେ ନାହିଁ। ଯେପରି ରାଷ୍ଟ୍ରକୁ ନିଜର ଭାବେ। ଏଥିରେ ବିବିଧତା ସ୍ବଭାବିକ। ଏହାକୁ କୌଣସି ପ୍ରକାରେ ପରିବର୍ତ୍ତନ କରି ହେବ ନାହିଁ।
ଏବେ ଶାସନ କଥା: ଏହି ବିବିଧତା ରେ ବ୍ୟକ୍ତି ଅନୁଶାସିତ ହେବାକୁ ବାଧ୍ୟ। ଏହି ଅନୁଶାସନର ସଂଗଠିତ ରୁପ ଶାସନ। ତେଣୁ ଶାସନର ମୂଖ୍ୟ କାର୍ଯ୍ୟ ବ୍ୟକ୍ତିତ୍ଵର ସୁରକ୍ଷା। ବ୍ୟକ୍ତିତ୍ଵ ଏକ ଚେତନା ସଂଖ୍ୟା ନୁହେଁ। ଶାସନକୁ ପରିଚାଳନା କରୁଥିବା ବ୍ୟକ୍ତି ପ୍ରତିନିଧି ହୋଇଥାଏ। ସାଧାରଣ ଅର୍ଥରେ ସେବକ। ପ୍ରମୁଖ ସେବକ ବା ମୂଖ୍ୟ ସେବକ ଶବ୍ଦ ଆଗରୁ ୨୦୧୯ ପୂର୍ବରୁ ବହୁତ ଶୁଣାଯାଇଛି।
ଇତିହାସକୁ ଅନୁଧ୍ୟାନ କରନ୍ତୁ ସେବକ ଯେତେବେଳେ ନିଜକୁ ନିୟନ୍ତା ଭାବେ ସେତେବେଳେ ହିଁ ଅରାଜକତାର ବିଜ ପବନ ହୋଇଯାଏ। ବ୍ୟକ୍ତିତ୍ଵ ଯେହେତୁ ଅନ୍ୟର ପ୍ରଭୁପଣକୁ ଅସ୍ଵୀକାର କରେ ସେତେବେଳେ ପ୍ରତିନିଧି ନିଜ ଉପରେ ଦେବତ୍ଵ ଆରୋପଣ କରେ। ଗୌତମବୁଦ୍ଧ, ମହାତ୍ମାଗାନ୍ଧୀ, ଭୀମଭୋଇ ଏପରି ଅନେକ ନାମ ବ୍ୟତୀତ ଅନ୍ୟ ଭଗବାନଙ୍କ ଜନ୍ମ ଗୋଟିଏ ରହସ୍ୟମୟତାରେ ରହେ। ସେମାନେ ଇତର ମାନବ ନୁହନ୍ତି ତେଣୁ ତାଙ୍କୁ ଦେବତ୍ଵ ସ୍ତରରେ ରଖାଯାଏ। ସେମାନେ ବିନାଶ କରିବାର ଏକଚାଟିଆ ଅଧିକାର ପାଆନ୍ତି। ଖାସ ଏଇଥି ପାଇଁ ରାଜାମାନେ ଯେଉଁମାନଙ୍କୁ ଅବା ଅଞ୍ଚଳକୁ ଶାସନ କରୁଥିଲେ ସେ ଅଞ୍ଚଳର ଦେବାଦେବୀଙ୍କୁ ପ୍ରଥମେ ଆକ୍ରମଣ କରୁଥିଲେ। ଆକ୍ରମଣ ଅର୍ଥ ସମୂହରୁ ଅପହରଣ କରି ନିଜ ଅକ୍ତିଆରରେ ରଖୁଥିଲେ। ଓଡ଼ିଶାରେ ଜଗନ୍ନାଥଙ୍କ ଠାରୁ ବଡ଼ ଉଦାହରଣ ନାହିଁ।
ଦେବତ୍ଵ ପାଇ ପ୍ରତିନିଧି ଶାସକ ହୋଇଯାଏ ଏବଂ ଶାସକ ହେଲେ ଉପଦ୍ରବି ହେବାର ମାର୍ଗ ଖୋଲିଯାଏ। ଶାସକ ଉପଦ୍ରବି ହୋଇଗଲେ ସମୂହକୁ ବ୍ୟକ୍ତିତ୍ଵ ଆକାରରେ ନୁହେଁ ସଂଖ୍ୟା ଆକାରରେ ବିଚାର କରେ। ମୋର ୧୨୫ କୋଟି ଦେଶବାସୀ ପରି ସମ୍ବୋଧନ ପଛରେ ଗୋଟିଏ ଉଦ୍ଘୋଷ ଥାଏ: ୧୨୫ କୋଟି ବ୍ୟକ୍ତିର ମୁଁ ପ୍ରଭୁ। ଏହି ପ୍ରଭୁପଣ ବିରୋଧରେ ବ୍ୟକ୍ତିତ୍ଵ ବିଦ୍ରୋହ କରେ।
କିନ୍ତୁ ଦସ୍ୟୁ ରତ୍ନାକର ଲେଖିଥିବା ରାମାୟଣକୁ ବ୍ୟକ୍ତିତ୍ଵ ସମ୍ରମତାର ସହ ସମ୍ମାନ ଦିଏ କିନ୍ତୁ ଶାସକ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଅପହରଣ କରେ। କାରଣ ଏହା କଲେ ଉପଦ୍ରବ ପାଇଁ କିଛି ସମୟ ମିଳିବ। ଏ ସମୟ ମିଧ୍ୟରେ ନିଜର ବିଜୟବାନା ଅନ୍ତତଃ ଉଡ଼ାଯାଇ ପାରିବ!
ଏ ସମସ୍ତ କାମ ବ୍ୟକ୍ତିତ୍ଵକୁ ଶେଷ ନ କଲା ପର୍ଯନ୍ତ କରିବା ସମ୍ଭବ ନୁହେଁ ତେଣୁ ବ୍ୟକ୍ତି ସଂଖ୍ୟା ହୋଇଯାଏ। ସଂଖ୍ୟାକୁ ନେଇ ସାହିନବାଗରେ ବସାଯାଇ ପାରିବ, ଦଙ୍ଗା ବି କରାଯାଇପାରିବ।
ବ୍ୟକ୍ତିତ୍ଵ ସବୁବେଳେ ପ୍ରଭୁପଣକୁ ଅସ୍ଵୀକାର କରେ। ତେଣୁ ପ୍ରତ୍ୟେକଟି ଶାସକ ବିରୋଧର ସମ୍ମୁଖିନ ହୁଅନ୍ତି। ଏହାର ବିପରିତ ବୁଦ୍ଧ, ବ୍ୟକ୍ତିତ୍ଵକୁ ଅନନ୍ତ ପର୍ଯ୍ୟନ୍ତ ପ୍ରସାରିତ କରନ୍ତି ତେଣୁ ବ୍ୟକ୍ତି ତାଙ୍କୁ ସମର୍ପିତ ହୋଇଯାଏ।
ଏ ଭୁମିକା ପରେ ଆପଣଙ୍କ ଦ୍ଵେତ ନାଗରିକତା ଉପରେ ଚିନ୍ତା କରିବା ସହଜ ହେବ। ଦ୍ୱେତ ନାଗରିକତା ଅର୍ଥାତ ନିଜକୁ ଏକଛତ୍ରବାଦ ଠାରୁ ନଗରିକତା କୁ ସୁରକ୍ଷିତ ରଖିବା। ବର୍ତ୍ତମାନ ପରିପ୍ରେକ୍ଷିରେ ଏହା ନିତାନ୍ତ ଆବଶ୍ୟକ। ଆମେ ଯଦି ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରିବା ରାଜ୍ୟ ଏବଂ ରାଷ୍ଟ୍ର ଭିତରେ ଯେଉଁ ପ୍ରଭେଦ ରହିଅଛି ସେହି ପ୍ରଭେଦ ନାମରିକତାକୁ ନେଇ ନୁହେଁ। ନିଜ ରାଜ୍ୟ ଛଡ଼ା ଅନ୍ୟ ରାଜ୍ୟରେ ସ୍ଥାୟୀ ହେବାକୁ ବିଶେଷ କାରଣର ଆବଶ୍ୟକତା ରହୁଥିବ। ଫଳତଃ ସାଧାରଣଙ୍କ ସ୍ଥାନୀୟ ସ୍ଵାର୍ଥରକ୍ଷା ସମ୍ଭବ ହୋଇ ପାରିବ।
‌ଦ୍ୱେତ ନାଗରିକତାର ପରିଭାଷା କଣ ରହିବ ?
‌ସରକାରଙ୍କ କର୍ତ୍ତୃତ୍ଵ କଣ ରହିବ ?
‌ଏହା ଫଳରେ ରାଷ୍ଟ୍ରିୟ ଅସ୍ମିତା ଓ ଅଖଣ୍ଡତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ତ?
ଏ ସମସ୍ତ ବିଷୟ ପ୍ରତି ଗଭିର ଅନୁଧ୍ୟାନ କରାଯିବା ନିତାନ୍ତ ଆବଶ୍ୟକ।
କାରଣ ବିବିଧତାରେ ଏକତା ଭାରତୀୟତାର ମୂଳ ଅଟେ। ଖାସ ଏଇଥିପାଇଁ ପୃଥିବୀର ସମସ୍ତ ପ୍ରାଚୀନ ସଭ୍ୟତା ନଷ୍ଟ ହୋଇ ସାରିଲା ପରେ ବି ପୃଥିବୀର ପ୍ରଥମ ସଭ୍ୟତା ଯାହା ହିମାଳୟ ଠାରୁ ମଧ୍ଯ ପ୍ରାଚୀନ ତାହା ଆଜି ବି ବଞ୍ଚିଛି। ଅପରନ୍ତୁ ଲକ୍ଷାଧିକ ରାଜତ୍ଵ ନିଶ୍ଚିହ୍ନ ହୋଇ ବିସ୍ମୃତିକୁ ଚାଲିଗଲେଣି।