ଦିଲ୍ଲୀ ନିର୍ବାଚନ, ଏକ ଅନୁଶୀଳନ

ଆଜି ଦିଲ୍ଲୀ ନିର୍ବାଚନ ଫଳ ପ୍ରକାଶ ପାଇଲା। ହାରିବା ଜିତିବା ରାଜନୀତିର ଏକ ପ୍ରକ୍ରିୟା ମାତ୍ର। ଏଥିରେ ଏତେ ତୀବ୍ର ପ୍ରତିକ୍ରିୟା ହୁଏତ ଉଚିତ ନୁହେଁ। ସାମାଜିକ ଗଣମାଧମ ଅବା ଟେକ୍ନୋଲୋଜି ଦୟାରୁ ଆମ ପକେଟ ଭିତରେ ପୃଥିବୀର ବଡ଼ ବଡ଼ ଘଟଣାମାନଙ୍କ ସୂଚନା ପାଇ ପାରୁଛୁ। ସମ୍ପର୍କ ରଖି ପାରୁଛୁ।
ଏଥିଯୋଗୁଁ ପ୍ରତିକ୍ରିୟା ରଖିବାରେ ସୁଗମତା ଏବଂ ଶିଘ୍ରତା ରହୁଛି। ଦିଲ୍ଲୀ ନିର୍ବାଚନ ଫଳାଫଳ କେବଳ ଏକ ରାଜନୈତିକ ସହମତି ଅସହମତି ର ପ୍ରତିକ୍ରିୟା?
ଏହାଠୁ ଅଧିକ କିଛି ଚିନ୍ତା କରିବାକୁ ହେବ।
ସିଧା ସିଧା ପ୍ରସଙ୍ଗକୁ ଆସିବା। ୨୦୧୪ ପୂର୍ବରୁ ପ୍ରତିରୋଧ ନଥିଲା? ୨୦୧୪ ପୂର୍ବରୁ ଜନ ଆନ୍ଦୋଳନ ନ ଥିଲା? ୨୦୧୪ ପୂର୍ବରୁ ବିକାଶଉପରେ ବିତର୍କ ନ ଥିଲା?
ସ୍ଵାଧୀନତା ପରେ କୌଣସି ଆନ୍ଦୋଳନ ଉପରେ ବିତର୍କକୁ ଉପେକ୍ଷା କରି ଆସିଅଛୁ। ସଂଖ୍ୟାର ରାଜନୀତିରେ ଆମେ ଦେଶର ଭାଗ୍ୟକୁ ଛାଡ଼ିଦେଇଛୁ। ଅନେକ ଉପଲବ୍ଧି ଅଛି। ଅନେକ ଉଦସିନତା ଅଛି। ଆମେ କେବେବି ତା ଉପରେ ବିତର୍କ କରିନାହୁଁ।
ଏହା ଏକ ସନ୍ଧିକ୍ଷଣ ପୁନଃ ବିଚାର ପାଇଁ।
ଭାରତର ଜନଗଣଙ୍କ ମୌଳିକତାକୁ ଆମେ କେବେବି ଦେଖିପାରିନାହୁଁ। ପ୍ରଥମ କଥା ହେଲା ଶିକ୍ଷା। ୧୫୦୦ରୁ ୧୦୦୦ ବର୍ଷ ତଳେ ଭାରତରେ ଥିବା ବିଶ୍ଵବିଦ୍ୟାଳୟର ସଂଖ୍ୟାକୁ ଆଜି ଆମେ ଛୁଇଁବାରେ ଅସମର୍ଥ। ଗୋଟିଏ ସର୍ବପୁରାତନ ରାଷ୍ଟ୍ର ପାଇଁ ଏହା କେବେବି ଶୁଭଙ୍କର ନୁହେଁ।
ଶିକ୍ଷା ସୁଲଭ ଥିଲା। କୃଷକ,କୁମ୍ଭାର, ଲୌହକାର ଆଦି ଗୋଟିଏ ସମୂହ ହୋଇ ରହୁଥିଲେ। ନିଜର ଜ୍ଞାନ ପରବର୍ତ୍ତି ପିଢ଼ିକୁ ଦେଉଥିଲେ। ନିଜର ଦୈନଦିନ କାର୍ଯ୍ୟ ତୁଲାଇବା ଭିତରେ ନିଜର ଉତ୍ତର ପିଢିକୁ ପ୍ରସ୍ତୁତ କରୁଥିଲେ। ବିଶେଷଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟମାନ ସୁଯୋଗ ରଖିଥିଲେ।
ନିକଟରେ ପୁରାତନ ତେଲ ଘଣାର ଯାନ୍ତ୍ରୀକ କୌଶଳ ଉପରେ ଆମ ଗାଁର ବୟୋଜ୍ୟେଷ୍ଠ ଶ୍ରୀ ସୁକା ସାଙ୍କ ସହ ଚର୍ଚ୍ଚା କରୁଥିଲୁ। ଘନା, ମୁଷଲ, ନାକି ଆଦି ଉପରେ କହିଲାବେଳେ ସେ ତେଲଘଣାର ତାତ୍ତ୍ଵିକ ବିନ୍ୟାସ ଉପରେ କରୁଥିଲେ।
ଘଣା ହେଉଛି ପ୍ରକୃତିର ପ୍ରତିକ। ମୂଷଲ ହେଉଛି ପୁରୁଷର ପ୍ରତୀକ। ଏହାକୁ କର୍ମ ଦ୍ଵାରା ଜୀବନ୍ୟାସ କରାହୁଏ। ପରେ ନିର୍ଯ୍ୟାସ ବାହାରେ ଯିଏ ଧାରଣ କରେ। ଅର୍ଥାତ ତେଲ ବାହାରିଲେ ତେଲି ରୋଜଗାର ପାଇବ। ରୋଜଗାର ତାକୁ ତାର ସମୂହକୁ ଧାରଣ କରିବ। ଏହା ହିଁ ତେଲିର ଧର୍ମ।
ଘଣାର ତାତ୍ତ୍ଵିକ ଗଠନ ପ୍ରକୃତି ଓ ପୁରୁଷ ଦର୍ଶନ ଅର୍ଥାତ ସାଂଖ୍ୟ ଦର୍ଶନ ସହ ଯୁକ୍ତ। ଏଥିରେ ପ୍ରବଚନ ନାହିଁ। ଶ୍ଳୋକ ନାହିଁ। ନିଜର ମୌଳିକତା ସେ ପ୍ରଥମ ନିୟମର ପ୍ରତିଫଳନ ମାତ୍ର। ତଦୃପ ତର୍କ କୁମ୍ଭାର, ଲୌହକାର, କୃଷକ, ବୟନ ଶିଳ୍ପି ସମସ୍ତ ମୂଳ ଲୋକଙ୍କ ନିକଟରେ ଅଛି। ସ୍ୱାସ୍ଥ୍ୟ ଆଦି କ୍ଷେତ୍ରର ବିଚାରର ବ୍ୟାକ୍ଷା ମଧ୍ଯ ଏତାଦୃଶ।
ଏ ଲୋକମାନେ ହିଁ ଭାରତୀୟ ସଂସ୍କୃତିର ମୂଳ ଆଧାର। ଏହି ସମୂହର ନିଷ୍ଠା ହିଁ ଭାରତୀୟତାର ପରିଚୟ। ଏହା ହିଁ ଆଧାର ଭାରତୀୟ ଦର୍ଶନର।
ଏହି ତଳରେ ଶାସକର ଆବଶ୍ୟକତା ନଥିଲା। ଗଣରାଜ୍ୟ ସମୂହ ଏହାର ପ୍ରମୁଖ ଉଦାହରଣ।
ଭାରତର ଏହି ସମୟ ଉପରେ ଅଧ୍ୟୟନର ପର୍ଯ୍ୟାପ୍ତ ସାମଗ୍ରି ନାହିଁ। ବିଭିନ୍ନ ସମ୍ପ୍ରଦାୟର ନିଜସ୍ଵ ଉପାକ୍ଷାନ, କୂଳଦେବୀ, ଗ୍ରାମଦେବୀଙ୍କ ଉପାକ୍ଷାନ ଆଦିକୁ ଛାଡିଦେଲେ ଅନ୍ୟ ଉପକରଣମାନ ଇତଃସ୍ତତଃ ରହିଅଛି। ଗୋଟିଏ ସୁବ୍ୟବସ୍ଥିତ ସମାଜ ଏବଂ ସଜଗ ସାଧାରଣ ଗୋଟିଏ ସର୍ବପ୍ରାଚୀନ ସଭ୍ୟତାକୁ କେମିତି ଜୀବିତ ରଖିଥିଲେ। କେବଳ ଜୀବିତ ନଥିଲା କ୍ରମବିକାଶ ମଧ୍ୟ ଥିଲା।
ଇଂରେଜମାନେ ଯିବାର ୭୦ ବର୍ଷ ପରେ ବି ବର୍ତ୍ତମାନ ପର୍ଯ୍ୟନ୍ତ ଶାସନ ନିଜ ଚରିତ୍ରରେ ଆକ୍ରାନ୍ତ ମାନସିକତା ରଖି ଆସିଅଛି।
ଗାନ୍ଧୀଙ୍କ ସ୍ଵରାଜକୁ ଏତେ ସମର୍ଥନ କାହିଁକି ଥିଲା? ସେ ପର୍ଯ୍ୟନ୍ତ ଭାରତୀୟ ସମାଜ ନିଜର ମୂଳ ଆଧାରରୁ ବିଚ୍ୟୁତ ହୋଇନଥିଲା। ସୂରାଜ ଅର୍ଥ ଥିଲା ପୂର୍ବ ଗୌରବ।
୧୯୪୮ ପରେ ପରେ ଆମକୁ ନୂତନ ଭାବେ ଗଢିବାର ପ୍ରୟାସ କରାଗଲା। ଶାସକଙ୍କ ନିକଟରେ ଆମର ପନ୍ଦର ହଜାର ବର୍ଷରୁ ଅଧିକ ପୁରୁଣା ସଭ୍ୟତା ହଠାତ ମୁର୍ଖ ହୋଇଗଲା। ଅନେକ ଔପଚାରିକ ଶାବ୍ଦୀକ ବିନ୍ୟାସ ବାଦ ଗୋଟିଏ କଥା ସତ ଯେ ଏମାନେ ଶାସକ (ଦଣ୍ଡାଧିଶ) ହିଁ ଅଟନ୍ତି।
ଏକଥା ନୁହେ ଯେ ପ୍ରତିରୋଧ ନାହିଁ। ଅଛି! କିନ୍ତୁ ଆମ ପାଖରେ ସମସ୍ତ ସୂଚନା ନାହିଁ ଅଥବା ପନ୍ଦର ହଜାର ବର୍ଷରୁ ବି ପୁରୁଣା ଲୋକକୁ ହତାଦର କଲା ପରି ଉପେକ୍ଷା କରି ଆସିଅଛୁ।
ପ୍ରତିରୋଧର ଚରିତ୍ର ଉପରେ ଅଧ୍ୟୟନ ହୋଇନାହିଁ। କୌଣସି ସମାଜବିଜ୍ଞାନୀଙ୍କୁ ମୁଁ ମୋ ଜାଣତରେ ଥାନା, ତହସିଲକୁ ଯାଇ ପୁରୁଣା ଫାଇଲ ପଢିବା ଦେଖିନାହିଁ। ଅଧିକାଂଶ ପ୍ରତିରୋଧର କାହାଣୀ ଏଠାରେ ହିଁ ସରିଥାଏ।
ସ୍ଵରାଜ ପରେ ଯେଉଁ ଯେଉଁ ପ୍ରତିକ୍ରିୟାମାନଙ୍କୁ ଗୌଣ ଏବଂ ନିଶ୍ଚିହ୍ନ କରାଗଲା ଉଦାରିକରଣ ପରେ ମୂଳ ସମାଜ ଉପରେ ବିପଦ ପଡିଲା ଯେମିତି। ଏତେବେଳେ ମୂଳ ସଂସ୍କୃତି ସହ ବିଚ୍ଯୁତ ଗୋଟିଏ ସମୂହ ବାହାରି ସାରିଥିଲେ। ଉଦାରିକରଣର ଗୋଟିଏ ଦଶନ୍ଧି ପରେ ସମାଜର ମୂଳସତ୍ତା ଉପରେ ବିପଦ ପଡିଲା।
ବଜାର ପାଇଁ ଉଚ୍ଚଶିକ୍ଷା ଦେଇ ନୂତନ ଶ୍ରମିକ ଗୋଷ୍ଠି ତିଆରି ଚାଲିଲା। ଗୋଟିଏ ପଟେ ଉଚ୍ଚ ହାରର ଦରମା ଅନ୍ୟପଟେ ତୃତୀୟ ସ୍ତରର ଚାକିରୀ ପାଇଁ ସଂଘର୍ଷ। ଯୁବଗୋଷ୍ଠି ବିଭାଜିତ ଓ ବିକ୍ଷିପ୍ତ ହୋଇଗଲେ। ନା ଅର୍ଦ୍ଧଶତକ ପୂର୍ବରୁ ଛାଡ଼ି ଆସିଥିବା ମୂଳକୁ ଯାଇ ପାରିଲେ ନା ନିଜକୁ ବ୍ୟବସ୍ଥିତ କରି ପାରିଲେ। କାରଣ ମୂଳ ଆଧାର ସେତେ ସାମର୍ଥ୍ୟ ରଖି ନଥିଲା ଯେ ଏତେ ବଡ଼ ସମୂହକୁ ସଂଖୋଳିବ।
ଏତେ ବେଳକୁ ପ୍ରତିରୋଧ ସ୍ପଷ୍ଟ ହୋଇଗଲା। ଦୟାକରି ଏନଜିଓର ପ୍ରତିରୋଧକୁ ଏଠାରେ ବୁଝିବେ ନାହିଁ। କାରଣ ତାହା ତାଙ୍କର ଆୟ ଉପରେ ପର୍ଯ୍ୟବେଶିତ ଥିଲା। ଏହି ସମୂହ ମାନଙ୍କୁ ଚାଲାକମାନେ ବ୍ରାଣ୍ଡେଡ କରିବାକୁ ଲାଗିଲେ।
ଶତାଧିକ ବର୍ଷ ପୁରୁଣା କ୍ଷୋଭ ନିଜର ପ୍ରତିକ୍ରିୟା ଦେଖାଇଲା ଆନ୍ନା ହଜାରେଙ୍କୁ ସମର୍ଥନ ଦେଇ। ସମୂହ ପୁଣିଥରେ ଧକ୍କା ଖାଇଲା।
ବର୍ତ୍ତମାନ ସଂଘ ପରିବାରର ଶାସନ ପରେ ପ୍ରତିରୋଧ ପ୍ଳାବିତ ହୋଇଗଲା।
ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇ ପ୍ରତିରୋଧ ଯେମିତି ତାର ଶାଖା ପ୍ରଶାଖା ମେଲୁଛି। ଏତେବେଳକୁ ଦିଲ୍ଲୀ ନିର୍ବାଚନ ଗୋଟିଏ ସନ୍ଧିକ୍ଷଣରେ ହୋଇଛି।
ଆନ୍ନା ଆନ୍ଦୋଳନରୁ ବାହାରିଥିବା ଗୋଟିଏ ରାଜନୈତିକ ଦଳ ମୁକ୍ତ ଭାବରେ ଆନ୍ନାଙ୍କୁ ନିଜର ଆଦର୍ଶ ବୋଲି କହିପାରୁନ ଥିବାବେଳେ ସଂଘ ପରିବାର କିନ୍ତୁ ପ୍ରକାଶ୍ୟରେ ନିଜର ଉଦ୍ଦେଶ୍ୟ କହିପାରୁଛି। ଏହାକୁ ଫାଶିବାଦ ଅବା ସାମନ୍ତବାଦ ଯାହାବି କୁହାଯାଉ ଏହା ଭିନ୍ନ କଥା। କିନ୍ତୁ ଦିଲ୍ଲୀର ସାଧାରଣ ଭାଜପା ଅପେକ୍ଷା ଆପକୁ କମ ବିପଦପୂର୍ଣ୍ଣ ଭାବିଛନ୍ତି। ଏହାଠୁ ଅନ୍ୟ କାରଣ କିଛି ନାହିଁ ଆପ ପ୍ରତି ଦିଲ୍ଲୀ ଜନତାର ସମର୍ଥନ ପଛରେ।

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: